ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ନେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ନଭେମ୍ବର୨୮(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ଅବସରରେ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିବା ଉଦ୍ଧବଙ୍କୁ ମୋର ଅଭିନନ୍ଦନ। ମୋତେ ଭରସା ଯେ, ମହାରାଷ୍ଟ୍ରର ଉଜ୍ଜ୍ଵଳ ଭବିଷ୍ୟତ ଲାଗି ଖୁବ୍ ପରିଶ୍ରମ କରିବେ।

ଉଲ୍ଲେଖଯୋଗ୍ୟ, ୫୯ ବର୍ଷୀୟ ଉଦ୍ଧବ ଠାକରେ, ମନୋହର ଯୋଶୀ ଓ ନାରାୟଣ ରାଣେଙ୍କ ପରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାରେ ତୃତୀୟ ଶିବସେନା ନେତା। ମହାରାଷ୍ଟ୍ର ନିର୍ବାଚନ ଫଳାଫଳର ଏକ ମାସ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ଉଦ୍ଧବଙ୍କ ସହିତ ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଧେ ଖଡ଼ସେ ଓ ସୁଭାଷ ଦେସାଇ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।
ଏହା ପରେ ଏନସିପିର ଜୟନ୍ତ ପାଟିଲ ଓ ଛଗନ ଭୁଜବଳଙ୍କୁ ରାଜ୍ୟପାଳ ଶପଥ ଗ୍ରହଣ କରାଇଛନ୍ତି। ଏହା ପରେ କଂଗ୍ରେସରୁ ବାଲା ସାହେବ ଥୋରାଟ ଓ ନୀତିନ ରାଉତ ଗୋପନୀୟତାର ଶପଥ ପାଠ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ଗ୍ରହଣ ସମାରୋହ ଦେଖିବା ଲାଗି ଶିବାଜୀ ପାର୍କରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମଞ୍ଚରେ ଉଦ୍ଧବ ଠାକରେଙ୍କ କକା ପୁଅ ତଥା ଏମଏନଏସର ପ୍ରମୁଖ ରାଜ ଠାକରେ, ଏନସିପି ନେତା ଅଜିତ୍ ପାଓ୍ଵାର, କଂଗ୍ରେସ ନେତା ଅହମ୍ମଦ ପଟେଲ, ଏନସିପି ନେତା ପ୍ରଫୁଲ ପଟେଲ ଉପସ୍ଥିତ ଥିଲେ। ଉଦ୍ୟୋଗପତି ମୁକେଶ ଅମ୍ବାନୀ ନିଜର ପରିବାର ସହିତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି। ଏହା ସହିତ ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, କେସି ବେଣୁଗୋପାଳ, କପିଲ ସିବ୍ବଲ, କମଲନାଥ, ସୁଶିଲ ସିନ୍ଧେ, ଅଶୋକ ଚହ୍ଵାଣ, ପୃଥ୍ଵୀରାଜ ଚହ୍ଵାଣ, ଏନସିପିର ସୁପ୍ରିୟା ସୁଲେ, ଶିବସେନାର ମନୋହର ଯୋଶୀ, ସଞ୍ଜୟ ରାଉତ ଉପସ୍ଥିତ ଥିଲେ।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Khabar Odisha

(Visited 1 times, 1 visits today)
The Logical News

FREE
VIEW
canlı bahis