ଟଙ୍କିକିଆ କ୍ଲିନିକଠାରୁ ଶିକ୍ଷା ଯାଏ, ଏସବୁ ବ୍ୟବସ୍ଥା କରିବେ ଉଦ୍ଧବ ସରକାର

ମୁମ୍ବାଇ: କଂଗ୍ରେସ-ଶିବସେନା ଓ ଏନସିପି ମିଳିତ ଭାବେ ଆଜି ଠାରୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଆରମ୍ଭ କରିଛନ୍ତି। ୩ ଦଳ ମିଳିତ ଭାବେ କମନ ମିନିମମ୍‌ ପ୍ରୋଗ୍ରାମ(ସିଏମପି)ରେ ରାଜି ହୋଇ ସରକାର ଗଠନ କରିଛନ୍ତି। ଏହି ମହାମେଣ୍ଟରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସିଏମପି ଅନୁଯାୟୀ, ଉଦ୍ଧବ ସରକାର ତହସିଲ ସ୍ତରରୁ ‘ଟଙ୍କିକିଆ କ୍ଲିନିକ୍‌’ ଖୋଲିବେ। ଏଥିସହ ୧୦ ଟଙ୍କାରେ ଖାଦ୍ୟ ମଧ୍ୟ ଯୋଗାଇ ଦେବେ।
ସରକାର ତହସିଲ ସ୍ତରରେ ଖୋଲିବାକୁ ଥିବା ‘ଟଙ୍କିକିଆ କ୍ଲିନିକ୍‌’ରେ ଲୋକଙ୍କୁ ସମସ୍ତ ପ୍ରକାରର ପାଥଲୋଜିକାଲ ପରୀକ୍ଷା ଯୋଗାଇ ଦିଆଯିବ।

ସିଏମପିରେ ଆହୁରି କୁହାଯାଇଛି ଯେ ଯଦି କେହି ଖାଦ୍ୟ କିମ୍ବା ଔଷଧ ବିତରଣରେ ଅବହେଳା କରିବେ, ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପର୍ଯ୍ୟାୟକ୍ରମେ ଉଦ୍ଧବ ସରକାର ପ୍ରତି ଜିଲ୍ଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବେ।

ସରକାର ମହାରାଷ୍ଟ୍ରରେ ରହୁଥିବା ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟବୀମା କରିବେ ବୋଲି ମଧ୍ୟ ସିଏମପିରେ ଉଲ୍ଲେଖ ରହିଛି। ବେକାରୀ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ବ୍ୟବସ୍ଥା କରାଯିବ। ମରାଠୀ ଯୁବକଙ୍କ ପାଇଁ ଚାକିରି କ୍ଷେତ୍ରରେ ୮୦% ପଦ ସଂରକ୍ଷିତ ରଖାଯିବ।

ଏଥିପାଇଁ ଉଦ୍ଧବ ସରକାର ସ୍ୱତନ୍ତ୍ର ଆଇନ ଆଣିବେ। ଆର୍ଥିକ ପଛୁଆ ବର୍ଗରେ ଥିବା ଲୋକଙ୍କ ଝିଅମାନଙ୍କୁ ମାଗଣା ଶିକ୍ଷା ସେବା ଯୋଗାଇ ଦିଆଯିବ। କର୍ମଜୀବୀ ମହିଳାଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟ ଓ ସହରରେ ହଷ୍ଟେଲ ଖୋଲାଯିବ। ଶ୍ରମିକ ଓ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଶୂନ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ସିଏମପିରେ କୁହାଯାଇଛି।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Odisha Reporter

(Visited 1 times, 1 visits today)
The Logical News

FREE
VIEW
canlı bahis