ଏଥର ହେବନି ହାଡ଼ଭଙ୍ଗା ଶୀତ, ସ୍ଵାଭାବିକଠୁ ଅଧିକ ରହିବ ତାପମାତ୍ରା

ନୂଆଦିଲ୍ଲୀ, ନଭେମ୍ବର୨୯(ଖବର ଓଡ଼ିଶା):

ଏଥର ଲୋକଙ୍କୁ ହାଡ଼ଭଙ୍ଗା ଶୀତ ସହିବାକୁ ପଡ଼ିବ ନାହିଁ। ନଭେମ୍ବର ସରିବାକୁ ବସିଲାଣି ଦେଶର ଅନେକ ଭାଗରେ ଶୀତର ଦେଖା ନାହିଁ। ପାଣିପାଗ ବିଭାଗ ମୁତାବକ ଡିସେମ୍ବରରରୁ ଫେବୃଆରୀ ମଧ୍ୟରେ ଶୀତର ପ୍ରକୋପ ଅଧିକ ରହିବ ନାହିଁ। ପୂର୍ବାପେକ୍ଷା ଏଥର କମ ଶୀତ ରହିବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏଥର ଶୀତ ଋତୁରେ ସ୍ଵାଭାବିକଠୁ ଅଧିକ ତାପମାତ୍ରା ରହିବାର ସମ୍ଭାବନା ରହିଛି। ଉତ୍ତର ଭାରତକୁ ଛାଡ଼ି ଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକଠୁ ଅଧିକ ରହିବ, ଯାହା ଶୀତ ଋତୁରେ ଗରମ ହେବାର ଏହା ସଙ୍କେତ ଦେଉଛି।

ପାଣିପାଗ ବିଭାଗ ଅନୁସାରେ, ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଶୀତଲହରି ସହ ପ୍ରବଳ ଜାଡ଼ ହେବାର ସମ୍ଭାବନା ବହୁତ କମ ରହିଛି। କୋଲ୍ଡ ଓ୍ଵେଭ ଜୋନ ଭାବେ ପରିଚିତ ଯେଉଁ ଅଞ୍ଚଳରେ ଏଥର କମ ଶୀତ ଅନୁଭୂତ ହେବ ସେଥିରେ ପଞ୍ଜାବ, ହିମାଚଳ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୁଜରାତ, ମଧ୍ୟ ପ୍ରଦେଶ, ଛତିଶଗଡ଼, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟ ମହାରାଷ୍ଟ୍ର, ମରାଠାଓ୍ଵାଡଟ, ବିଦର୍ଭ ଓ ସୌରାଷ୍ଟ୍ର ସାମିଲ।

ନଭେମ୍ବର ସରି ଡିସେମ୍ବର ହେବାକୁ ବସିଲାଣି ଓଡ଼ିଶାର ଅନେକ ଅଞ୍ଚଳରେ ବିଶେଷ ଶୀତ ଅନୁଭୂତ ହେଉ ନାହିଁ। କି ଗ୍ରାମାଞ୍ଚଳ କି ସହରାଞ୍ଚଳ ଶୀତ ଋତୁରେ ଶୀତ ଉଭାନ ରହିଛି। ପୂର୍ବାପେକ୍ଷା ଏବେ ଆଉ ହାଡ଼ଭଙ୍ଗା ଶୀତ ଦେଖିବାକୁ ମିଳୁନାହିଁ। ଗତ ସପ୍ତାହରେ ଅର୍ଥ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରାଜୀବନ କହିଥିଲେ ଯେ, ୨୦୧୯ରେ ବିଶେଷ ଶୀତ ଅନୁଭୂତ ହେବାର ନାହିଁ। ଅଲନିନର ସ୍ଥିତି ଜାରି ରହିବା ଫଳରେ ତାପମାତ୍ରା ସ୍ଵାଭାବିକଠୁ ଅଧିକ ରହିବ।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Khabar Odisha

(Visited 1 times, 1 visits today)
The Logical News

FREE
VIEW
canlı bahis