ନକଲି ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଇଂଜେକସନ୍‌ରେ ୭ମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅଧୀନସ୍ଥ ଘଣ୍ଟେଶ୍ୱର ଫାଣ୍ଡିରେ ଡାକ୍ତର ମଦନ ମୋହନ କରଙ୍କ ନାମରେ ହୋଇଛି ସଂଗୀନ ଅଭିଯୋଗ । ପ୍ରାପ୍ତ ଖବର ମୂଳେ ଘଣ୍ଟେଶ୍ୱର ଗାଁରେ ଗଂଗାଧର ବାରିକଙ୍କ ପୁତ୍ରକୁ ଗତ ୨୭ ତାରିଖରେ ଦେହ ଅସୁସ୍ଥ ଯୋଗୁଁ ଘଣ୍ଟେଶ୍ୱର ବଜାରରେ ଥିବା ତାରିଣୀ କ୍ଲିନିକ୍‌କୁ ନିଆଯାଇଥିଲା । ସେଠାରେ ଡାକ୍ତର ବୋଲାଉଥିବା ମଦନ ମୋହନ କର କୌଣସି ଟେଷ୍ଟ ନକରି ଅସୁସ୍ଥ ପୁତ୍ରକୁ ଔଷଧ ସହ ଏକ ଇଂଜେକସନ୍ ଦେଇଥିଲେ । ଏବଂ ସେ ଭଲ ହୋଇଯିବ ବୋଲି କହି ଘରକୁ ନେବାପାଇଁ ତାଙ୍କ ପରିବାରକୁ କହିଥିଲେ । ମାତ୍ର ଘରେ ପହଞ୍ôଚବା ପରେ ଗଂଗାଧରଙ୍କ ୭ମ ଶ୍ରେଣୀରେ ପଢୁଥିବା ଛାତ୍ର ସୁରେଶର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ସେ ବାନ୍ତି କରି ଛାଟିପିଟି ହେବାରୁ ପରିବାର ଲୋକେ ଭୟକରି ଏଭଳି ହେବାର କାରଣ ପଚାରି ସେହି ଡାକ୍ତରଙ୍କୁ ଟେଷ୍ଟ କରି ପୁଣି ଆଗଭଳି ଇଂଜେକସନ୍ ଦେଇ ଘରକୁ ନେବାପାଇଁ କହିଥିଲେ ।
ମାତ୍ର ଡାକ୍ତର ଜଣକ ଆଉ କୌଣସି ଟେଷ୍ଟ ନକରି ଆଗଭଳି ଇଂଜେକସନ୍ ଦେଇ ଘରକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଫଳରେ ସଂପୃକ୍ତ ପରିବାର ପକ୍ଷରୁ ତାକୁ ମୁମୁର୍ଷ ଅବସ୍ଥାରେ ଗାଡି ଠିକ୍ କରି ଭଦ୍ରକ ମେଡିକାଲକୁ ନେଇଆସିଥିଲେ । ଭଦ୍ରକରେ ଡାକ୍ତରମାନେ ପିଲାଟିକୁ ବଂଚାଇ ରଖିବାର ସମସ୍ତ ଉଦ୍ୟମ କରିଥିଲେ ବି ତାର ମୃତ୍ୟୁ ଘଟିଥିଲା । ତେବେ ଡାକ୍ତର କହୁଥିବା ମଦନ ମୋହନଙ୍କ ପ୍ରେସ୍‌କିପସନ୍ ଭଦ୍ରକ ଡାକ୍ତରଙ୍କୁ ଦେଖାଇବା ପରେ ସେ ଠିକ୍ ମେଡିସିନ୍ ନୁହେଁ ବୋଲି ଦର୍ଶାଇବାରୁ ପରିବାର ଲୋକେ ମଦନ ମୋହନଙ୍କ ଯୋଗୁଁ ତାଙ୍କ ପୁତ୍ରର ମୃତ୍ୟୁ ହେଲା ବୋଲି ଅଭିଯୋଗ ହୋଇଛି । ଏବଂ ଡାକ୍ତର ବୋଲାଉଥିବା ମଦନ ମୋହନ କରଙ୍କର ଯେଉଁ ମା’ ତାରିଣୀ ଔଷଧ କ୍ଲିନିକ୍ ରହିଛି, ତାହାର କାଗଜପତ୍ର ଯାଞ୍ଚ କଲେ ଆହୁରି ବହୁ ଆପତ୍ତି ଅଭିଯୋଗର ପ୍ରମାଣ ମିଳିବ ବୋଲି ସାଧାରଣରେ ଦାବି ହୋଇଛି ।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Odia Pua

(Visited 1 times, 1 visits today)
The Logical News

FREE
VIEW
canlı bahis